ଭୁବନେଶ୍ୱର, ୨୬/୦୬: ଖୁବ୍ ଶୀଘ୍ର ଆସିବ ନୂତନ ଚଳଚ୍ଚିତ୍ର ନୀତି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ହଲକୁ ହିନ୍ଦୀ ସିନେମା କବଳିତ କରିଛି । ଆଗକୁ ଏହାକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ହଲ୍ ଗୁଡ଼ିକରେ ଆଗ ଓଡ଼ିଆ ସିନେମା ଚାଲିବ, ତା’ ପରେ ଅନ୍ୟ ସିନେମା । କେହି ଅମାନ୍ୟ କଲେ ଦଣ୍ଡ ବିଧାନ କରାଯିବ ।ଏହାସହିତ ବ୍ଲକ ସ୍ତରରେ ଗୋଟେ ଦୁଇଟି ସିନେମା ହଲ କରାଯିବ । ଗାଁ ଲୋକ ଦେଖିଲେ ସିନେମା ଅଧିକ ହିଟ୍ ହେବ । ସେହିପରି କଳାକାର ଓ ଓଡ଼ିଆ ସିନେମାକୁ କିପରି ଆଗକୁ ନିଆଯିବ, ସେଥିପାଇଁ ସରକାର ଯୋଜନା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।