୧୮ତମ ନିଯୁକ୍ତି ମେଳାରେ ୨ ହଜାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୧୧: ୧୮ତମ ନିଯୁକ୍ତି ମେଳାରେ ୨ ହଜାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷ ମଧ୍ୟରେ ରାଜ୍ୟରେ ଦେଢ଼ ଲକ୍ଷ ନିଯୁକ୍ତି ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସରକାର ଗଠନ ପରଠାରୁ ଏଯାଏଁ ୧୮ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି। ଏହି ମେଳାଗୁଡ଼ିକ ଜରିଆରେ ମୋଟ ୪୮ ହଜାର ୬୪୨ ଜଣଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଶିକ୍ଷକ ନିଯୁକ୍ତିକୁ ନେଇ ମଧ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ମୋଟ ୨୮ ହଜାର ୬୯୩ ଜଣ ସରକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏହାସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା କହିଛନ୍ତି ମୋହନ ମାଝୀ ।

Leave a Reply

Your email address will not be published. Required fields are marked *