ଆଜିଠୁ ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ

ଭୁବନେଶ୍ୱର,୦୧/୧୧: ଆଜିଠୁ ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ। ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ପ୍ରଜନନ ସମୟ ହୋଇଥିବାରୁ ମାଛ ଧରା ଉପରେ କଟକଣା ଲାଗୁ କରାଯାଇଛି। ନଭେମ୍ବର ୧ ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଛ ଧରିବା ଏବଂ ଯନ୍ତ୍ରଚାଳିତ ବୋଟ୍ ଚଳାଚଳ କରିବା ନିଷେଧ କରାଯାଇଛି। ଋଷିକୂଲ୍ୟା, ଧାମରା ଏବଂ ଦେବୀ ନଦୀ ମୁହାଣର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଛ ଧରିବା ନିଷେଧ କରାଯାଇଛି। କଇଁଛଙ୍କ ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ ବ୍ୟାପକ କଟକଣା ଲଗାଇଛନ୍ତି ଓଡ଼ିଶା ସରକାର। ସମୁଦ୍ର ମଧ୍ୟରେ ୨୦ କିଲୋମିଟର ପରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ମାଛ ଧରି ପାରିବେ।

Leave a Reply

Your email address will not be published. Required fields are marked *