କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି? ଆସନ୍ତା ୭ରେ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ

ଭୁବନେଶ୍ୱର,୦୨/୦୯: କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି? ଆଜି ହେବାକୁ ଥିବା ମାମଲାର ଶୁଣାଣିକୁ ଶେଷ ମୁହୂର୍ତ୍ତରେ  ଘୁଞ୍ଚାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସେପ୍ଟେମ୍ବର ୭ରେ ହେବ ପରବର୍ତ୍ତୀ ଶୁଣାଣି।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚରେ ଏହି ମାମଲାର ଶୁଣାଣି ହେବାକୁ ଥିଲା। କିନ୍ତୁ ପିଟିସନର୍ ପକ୍ଷରୁ ରିଜଏଣ୍ଡର୍ ଦାଖଲ ହୋଇଥିବାରୁ କୋର୍ଟ ଏହାକୁ ଅଧ୍ୟୟନ କରିବା ପାଇଁ ସମୟ ନେଇଛନ୍ତି। ଯାହା ଫଳରେ ଆଜିର ଶୁଣାଣି ଆସନ୍ତା ସୋମବାରକୁ ଘୁଞ୍ଚିଛି ଓ ସବୁଠାରୁ ବଡ଼ କଥା ୟୁପିଏସ୍‌ସି ମଧ୍ୟ ଏହି ମାମଲାରେ ଅପେକ୍ଷା କରିବ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର ୭ ପର୍ୟ୍ୟନ୍ତ ୟୁପିଏସ୍‌ସି କମିଟି ଓଡ଼ିଶା ଡିଜିପି ପଦ ପାଇଁ କୌଣସି ତାଲିକା ଦେଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *