ଠିକ୍ ସମୟରେ ଇପିଏଫ୍‌ଓ ଜମା କରିବାକୁ କମ୍ପାନି ଓ ନିଯୋଜକଙ୍କୁ ଆଲର୍ଟ

ନୂଆଦିଲ୍ଲୀ,୧୪/୧୧: ଚାକିରି କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର । ପ୍ରତି ମାସରେ ଦରମାରୁ କଟୁଥିବା ପିଏଫ୍‌ ଟଙ୍କା ଠିକ୍ ସମୟରେ ଇପିଏଫ୍‌ଓ ଜମା କରିବାକୁ କମ୍ପାନି ଓ ନିଯୋଜକଙ୍କୁ ଆଲର୍ଟ କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ଅକ୍ଟୋବର ୨୦୨୬ ଦରମା ମାସର Electronic Challan-cum-Return ବା ECR ଦାଖଲ ସହ PF ଅର୍ଥ ଜମା କରିବାର ଶେଷ ତାରିଖ ରହିଛି ନଭେମ୍ବର ୧୫ । ଅର୍ଥାତ୍ ନିଯୋଜକଙ୍କ ପାଖରେ ଆଉ ମାତ୍ର ଗୋଟିଏ ଦିନ ସମୟ ରହିଛି । ନଭେମ୍ବର ୧୨ ତାରିଖରେ EPFO ନିଜର ଅଧିକାରିକ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ECR ଦାଖଲ ଓ PF ଟଙ୍କା ଜମା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ଖାତାରେ ପିଏଫ୍‌ ଟଙ୍କା ଠିକ୍ ସମୟରେ ଜମା ହୋଇପାରିବ । ଏଥିସହ ବିଳମ୍ବ ଯୋଗୁଁ ଲାଗୁଥିବା ସୁଧ ଓ ଜରିମାନାରୁ ମଧ୍ୟ କମ୍ପାନି ବର୍ତ୍ତିପାରିବ ।

 

Leave a Reply

Your email address will not be published. Required fields are marked *