ନେପାଳ ଜଳପ୍ରଳୟ, ୫ଶହ ପାର କଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୮/୦୮: ନେପାଳ ଜଳପ୍ରଳୟରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା ।ଏବେ ମୃତ୍ୟୁସଂଖ୍ୟା ୫ଶହ ଟପିଥିବା ବେଳେ, ଶହ ଶହ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୪ଶହରୁ ଅଧିକ ଭାରତୀୟ ନାଗରିକ ରହିଛନ୍ତି ।  ବହୁ ଘର ମାଟିରେ ମିଶିଯାଇଛି, ଲୁଚିଯାଇଛି, ହଜିଯାଇଛି । ଆଉ ଯେଉଁ କୋଠା ଏବେ ବି ଝଡ଼ ପରର ବରଗଛ ଭଳି ଥୁଣ୍ଟା ହୋଇ ଅନାଇ ରହିଛି, ସେଠି ଏବେ ୨-୩ ମହଲା ଯାଏଁ ଜମି ରହିଛି ପଙ୍କ କାଦୁଅ । ଆଉ ସେଇ ମାଟି ତଳୁ ଚାଲିଛି ମଣିଷ ଖୋଜା । ମାଟି କାଦୁଅ ତଳୁ ମିଳୁଛି ମାଳ ମାଳ ଶବ… ଖଣ୍ଡ ବିଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗ । ଅନେକଙ୍କୁ ଚିହ୍ନିବା କଷ୍ଟ… ଆଉ ଯେଉଁମାନଙ୍କୁ ଚିହ୍ନଟ କରି ହେଉଛି, କାନ୍ଥରେ ସେମାନଙ୍କ ନାଁର ତାଲିକା ମରାଯାଉଛି ।

Leave a Reply

Your email address will not be published. Required fields are marked *