ଭୁବନେଶ୍ୱର,୨୮/୦୮: ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖୀ ପିନ୍ଧାଇଥିଲେ। ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାଖୀ ଓ ଗୁଆମାଳକୁ ମହାପ୍ରଭୁଙ୍କ ସିଂହାରୀ ସେବକମାନେ ଲାଗି କରାଇଛନ୍ତି। ସେହିପରି ଆଜି ପ୍ରଭୁ ସୁଦର୍ଶନଙ୍କୁ ଚାରି ଆଶ୍ରମ ବିଜେ କରାଯାଇ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କୁ ରାକ୍ଷୀପିନ୍ଧାଇଥିଲେ ହଳଦୀ ମୁହିଁ ଦେବୀ ସୁଭଦ୍ରା। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଇଥିଲା ଏହି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ଟି ଲେଖାଏଁ ରାକ୍ଷୀପ୍ରସ୍ତୁତ କରାଯାଇଥିଲା। ପାଟରା ବିଶୋୟୀ ସେବକ ଏହି ରାକ୍ଷୀପ୍ରସ୍ତୁତ କରିଥିଲେ।