ଭୁବନେଶ୍ୱର,୨୦/୦୬: ଆସନ୍ତାକାଲି ହେବାକୁ ଥିବା ନିଟ ପରୀକ୍ଷାର୍ଥୀଙ୍କ ପାଇଁ OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ । ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଯେପରି ଯାତାୟାତରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରତି ଜିଲ୍ଲାରେ RTO ୱାରୀ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି । ଏହାସହ ସହାୟତା ନମ୍ବର ବି ଜାରି କରାଯାଇଛି । ବିଭିନ୍ନ କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି ।