ଭୁବନେଶ୍ୱର,୨୦/୦୬: ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଘଟିଥିବା ଭାଲୁ ମୃତ୍ୟୁ ଘଟଣାରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି । ଦୀର୍ଘ ତଦନ୍ତ ଏବଂ ଛାନଭିନ ପରେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ଟି ଗାଁର ୫ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ, କିଛି ଦିନ ତଳେ ମାଥିଲି ବନାଞ୍ଚଳରେ ଏକ ଭାଲୁର ମୃତଦେହ ଠାବ ହୋଇଥିଲା । ପ୍ରଥମେ ଭାଲୁଟିର ମୃତ୍ୟୁର କାରଣ ନେଇ ସନ୍ଦେହ ଦେଖାଦେଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ବୟାନ, ପ୍ରମାଣ ସଂଗ୍ରହ ଓ ବିଭିନ୍ନ ତଥ୍ୟ ଆଧାରରେ କିଛି ଗ୍ରାମବାସୀଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା ।