୫ ବର୍ଷରୁ ଅଧିକ ସେବା କରିଥିବା ଜିଆରଏସଙ୍କ ତଥ୍ୟ ମାଗିଲେ ସରକାର

ଭୁବନେଶ୍ୱର,୧୧/୦୭: ୫ ବର୍ଷରୁ ଅଧିକ ସେବା କରିଥିବା ଗ୍ରାମ ରୋଜଗାର ସେବକଙ୍କ ତଥ୍ୟ ତଲବ। ନିଯୁକ୍ତି, ସେବାକାଳଠାରୁ କାର୍ଯ୍ୟ ସ୍ଥିତି ପର୍ଯ୍ୟନ୍ତ ସମସ୍ତ ସୂଚନା ମାଗିଲେ ସରକାର। ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଥିବା ଗ୍ରାମ ରୋଜଗାର ସେବକମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ତଥ୍ୟ ଆଧାରରେ ଏକ କେନ୍ଦ୍ରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ୧୫ ଦିନ ମଧ୍ୟରେ ସବିଶେଷ ତଥ୍ୟ ପଠାଇବାକୁ କୁହାଯାଇଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ନିରବଚ୍ଛିନ୍ନ ସେବା ପୂରଣ କରିଥିବା ଜିଆରଏସ ମାନଙ୍କର ଏକ ସମନ୍ୱିତ ଡାଟାବେସ ପ୍ରସ୍ତୁତ କରିବାକୁ ସରକାର ବିଚାର କରୁଛନ୍ତି। ଏହି ତଥ୍ୟ ପ୍ରଶାସନିକ ପରିଚାଳନା, ଭବିଷ୍ୟତର ନୀତି ନିର୍ଦ୍ଧାରଣ ଓ ବିଭିନ୍ନ ସେବା ସମ୍ବନ୍ଧୀୟ ପ୍ରସ୍ତାବର ପରୀକ୍ଷାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *