୭୫ ବର୍ଷ ବୟସରେ ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ପରଲୋକ

ନୂଆଦିଲ୍ଲୀ,୦୮/୧୦: ବଲିଉଡ୍‌ରୁ ଆସିଲା ଦୁଃଖଦ ଖବର । ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ନାନା ପାଟେକରଙ୍କ ଦେହାନ୍ତ ହୋଇଛି । ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ଘରେ ସେ ଅଚେତ ଅବସ୍ଥାରେ ମିଳିଥିବା ରିପୋର୍ଟ ଆସିଛି । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିବା ରିପୋର୍ଟରେ କୁହାଯାଇଛି । ପ୍ରାରମ୍ଭିକ ଭାବେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଦାବି ହେଉଛି। ତେବେ ମୃତ୍ୟୁର ସଠିକ୍ କାରଣ ନେଇ ଅଧିକ ସରକାରୀ ସୂଚନାକୁ ଅପେକ୍ଷା କରାଯାଉଛି । ନାନା ପାଟେକରଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ହିନ୍ଦୀ ଓ ମରାଠୀ ସିନେମାରେ ଦଶନ୍ଧି ଧରି ନିଜ ଦମଦାର ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନାନା ପାଟେକର ।

Leave a Reply

Your email address will not be published. Required fields are marked *