ଭିଜିଲାନ୍ସ ଜାଲରେ ବୌଦ୍ଧର ଏମଭିଆଇ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୦୩/୦୮: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଭିଜିଲାନ୍ସ ରେଡ । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି । ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରରେ ତାଙ୍କ ନିମ୍ନଲିଖିତ ୬ଟିସ୍ଥାନରେ ଚଢ଼ାଉ ଚାଲିଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ୁ ଜାରି ରହିଛି ।