ଭୁବନେଶ୍ୱର,୦୫/୧୦: ସମ୍ପୂର୍ଣ୍ଣ ଅତ୍ୟାଧୁନିକ ରୂପରେ ନୂଆ ଅବତାରରେ ଫେରିଛି କଳିଙ୍ଗ ଷ୍ଟୁଡିଓ। ଆଜିଠୁ ପୂର୍ଣ୍ଣାଙ୍ଗ ରୂପରେ ଆରମ୍ଭ ହୋଇଛି କଳିଙ୍ଗ ଷ୍ଟୁଡିଓ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦଘାଟନ କରିଛନ୍ତି। କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାର ପରିକଳ୍ପନା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ। ୨୦୨୭ ସୁଦ୍ଧା ଓଡ଼ିଆ ଫିଲ୍ମକୁ ନେଇ ସ୍ୱତନ୍ତ୍ର ପଲିସି ଆଣିବାକୁ ଚେଷ୍ଟା କରିବୁ। ଓଡ଼ିଶାରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କରିବାକୁ ଯୋଜନା ରହିଛି ଏବଂ ଏନେଇ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଚଳଚ୍ଚିତ୍ର ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ଆକର୍ଷଣୀୟ ନିର୍ମାଣ କରାଯାଇଛି।
କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ-ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମର ସୁଟିଂ ସେଟ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।