ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ

ନୂଆଦିଲ୍ଲୀ,୨୦/୦୪: ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ। ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି । ଆମେରିକା ପ୍ରତିନିଧି ପାକିସ୍ତାନ ଯିବା ନେଇ ଟ୍ରମ୍ପ କହିବାର କିଛି ଘଣ୍ଟା ପରେ ଇରାନ ଏଥିରେ ସାମିଲ ହେବନାହିଁ ବୋଲି କହିଛି । ୱାଶିଙ୍ଗଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।  ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍‌ର ପ୍ରଥମ ଉପ-ରାଷ୍ଟ୍ରପତି ଯୁକ୍ତରାଷ୍ଟ୍ରର ଆଲୋଚନା ଢଙ୍ଗକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେରିକା ପିଲାଙ୍କ ପରି ବ୍ୟବହାର କରୁଛି ।