ନୂଆଦିଲ୍ଲୀ,୦୭/୦୭: ପୁଣି ଅଶାନ୍ତ ହର୍ମୁଜ । ଦୁଇଟି ବାଣିଜ୍ୟିକ ଜାହାଜ ଉପରକୁ ଦୁଇଟି ରକେଟ ମାଡ଼ କଲା ଇରାନ୍ । ଜାହାଜରେ ବ୍ୟାପକ କ୍ଷତି ହୋଇଥିବା ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଇରାନର ଏଭଳି ଆକ୍ରମଣ ଆମେରିକା ସହ ହୋଇଥିବା ଶାନ୍ତି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହର୍ମୁଜରେ ଆକ୍ରମଣ ନକରିବାକୁ ଚୁକ୍ତିରେ ସର୍ତ୍ତ ରହିଥିଲା । ଇରାନ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେବାକୁ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ । ସୁପ୍ରିମ ଲିଡର ଅଲ୍ଲି ଖାମନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି କୁହାଯାଇଥିଲା । କିନ୍ତୁ ଇରାନର ପୁଣି ଗୋଟିଏ ଜାହାଜ ଉପରକୁ ଆକ୍ରମଣ ପୁଣି ଏକ ବିବାଦକୁ ଉସକାଇଛି ବୋଲି କୁହାଯାଉଛି । ତେବେ ଜାହାଜଟି ବିନା ଅନୁମତି ହର୍ମୁଜରେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା । ବାରମ୍ବାର ଚେତାବନୀ ସତ୍ୱେ ଜାହାଜଟି ଅଟକି ନଥିଲା । ଫଳରେ ଇରାନ ସେନା ରକେଟ ମାଡ଼ କରିଥିଲେ ।