ଇରାନ ସହିତ ଚୁକ୍ତି ନହେଲେ ଆମେରିକା ସବୁ ଧ୍ବଂସ କରିଦେବ : ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୦୭/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଇରାନ ସହିତ ଚୁକ୍ତି ନହେଲେ ଆମେରିକା ସବୁ ଧ୍ବଂସ କରିଦେବ । ତେହେରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିବାର କ୍ଷମତା ୱାସିଂଟନ ରଖିଛି। ଆମେ ଯେକୌଣସି ମତେ ଜିତିବୁ । ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଆମେ ଆଲୋଚନାମୂଳକ ସମାଧାନ ଚାହୁଛୁ । ସେ କହିଛନ୍ତି,ମୁଁ ଆପୋଷ ବୁଝାମଣା କରିବାକୁ ପସନ୍ଦ କରିବି କାରଣ ମୁଁ ୯ କୋଟି ୧୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବାକୁ ଚାହୁଁନାହିଁ । ଆମେ ଗୋଟିଏ ଘଣ୍ଟା ମଧ୍ୟରେ ସେମାନଙ୍କର ଯୋଗାଯୋଗ ସେତୁ ଭାଙ୍ଗି ପାରିବୁ । ଆମେ ସେମାନଙ୍କର ବିଦ୍ୟୁତ ଯୋଗାଣ ବନ୍ଦ କରିପାରିବୁ । ସେମାନେ ତିଆରି କରିଥିବା ସମସ୍ତ ବଡ଼ ପ୍ଲାଣ୍ଟକୁ ନଷ୍ଟ କରିପାରିବାର କ୍ଷମତା ଆମର ରହିଛି । ସେମାନଙ୍କ ପାଖରେ ଏସବୁକୁ ପୁଣି ନିର୍ମାଣ ପାଇଁ ଏବେ ଆଉ ଟଙ୍କା ନାହିଁ। ଆମେରିକା କିଛି ଘଣ୍ଟା ମଧ୍ୟରେ ଇରାନର ବିଦ୍ୟୁତ୍ ଏବଂ ବିଦ୍ୟୁତ୍ ଉତ୍ପାଦନ ସୁବିଧାଗୁଡ଼ିକୁ ନଷ୍ଟ କରିପାରିବ । ଆମେ ଚାହିଁଲେ ସେମାନଙ୍କର ସବୁ ପ୍ଲାଣ୍ଟ ନଷ୍ଟ କରି‌ଦେବୁ। ସେମାନେ ଏହା ଜାଣିଛନ୍ତି ବୋଲି ଟମ୍ପ କହିଛନ୍ତି ।

Leave a Reply

Your email address will not be published. Required fields are marked *