ମଧ୍ୟପ୍ରାଚ୍ୟ ଯୁଦ୍ଧର ବଡ଼ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିବା ସମ୍ଭାବନା !

ନୂଆଦିଲ୍ଲୀ, ୧୨/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧର ବଡ଼ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ। ୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୦.୮ ପ୍ରତିଶତ ଖସି ୬ ପ୍ରତିଶତରେ ରହିବ। ମୁଡିସ୍‌ ରେଟିଙ୍ଗ୍‌ସ ପକ୍ଷରୁ ମଙ୍ଗଳବାର ଏହି ପୂର୍ବାନୁମାନ କରାଯାଇଛି।

ମେ ମାସ ପାଇଁ ଆମେରିକୀୟ ସଂସ୍ଥା ମୁଡିସ୍‌ ରେଟିଙ୍ଗସ୍‌ ପ୍ରକାଶ କରିଥିବା ବିଶ୍ବ ଅର୍ଥନୀତିର ଦୃଶ୍ୟପଟରେ କୁହାଯାଇଛି ଉଚ୍ଚା ଇନ୍ଧନ ଦର ସହିତ ସାରର ଅଭାବ ବିଶ୍ବର ବିଭିନ୍ନ ଦେଶକୁ ଆସନ୍ତା ୬ ମାସ ମଧ୍ୟରେ ଭିନ୍ନ ଭିନ୍ନ ମାତ୍ରାରେ ପଭ୍ରାବିତ କରିବ।  ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ସ୍ଥାୟିତ୍ବକୁ ନେଇ ଆଶଙ୍କା ରହିଛି। ତେଣୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୦.୮ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି। ୨୦୨୭ ମସିହା ପାଇଁ ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧି ୦.୫ ପ୍ରତିଶତ ହ୍ରାସ ପାଇ ୬ ପ୍ରତିଶତ ସ୍ତରରେ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି।