ଆଜି ପବିତ୍ର ହେରା ପଞ୍ଚମୀ, ରଥରେ ନଆଣିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ

ଭୁବନେଶ୍ୱର,୨୦/୦୭: ଆଜି ପବିତ୍ର ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରଥରେ ନଆଣିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ରାଜା କପିଳେଶ୍ବର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା ଏହି ପରମ୍ପରା । ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା’ ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ପ୍ରତିକାର ବି ଲୋଡ଼ିଛନ୍ତି । ପରାମର୍ଶ ପାଇବା ପରେ ରଥ ନିକଟକୁ ଆସିବାକୁ ଲକ୍ଷ୍ମୀ ଠାକୁରାଣୀ ପ୍ରସ୍ତୁତ ହେଉଛନ୍ତି । ହେରା ପଞ୍ଚମୀରେ ମା’ ଖାଲି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବେ ନାହିଁ। ବରଂ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ପତି-ପତ୍ନୀଙ୍କ ମଧ୍ୟରେ ଅଭିମାନ ଓ ରୋଷର ଏହି ମାନବୀୟ ଲୀଳା ସଂଦର୍ଶନ କରିବାକୁ ଭକ୍ତମାନେ ବି ଚାହିଁ ବସିଛନ୍ତି। ସେହି ଅନୁଯାୟୀ ଆଜି ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ପରେ ବନକଲାଗି ହୋଇ ପାଟ ଶାଢ଼ି ଏବଂ ଅଳଙ୍କାର ଲାଗି ହୋଇ ବେଶ ବଢ଼େ ।

Leave a Reply

Your email address will not be published. Required fields are marked *