ନୂଆଦିଲ୍ଲୀ,୧୩/୦୫: ମହାରାଷ୍ଟ୍ରର ବାରାମତିରେ ଆଉ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ସୂଚନା ଅନୁସାରେ, ତାଲିମ ପାଇଁ ବ୍ୟବହୃତ ଦୁଇ ଆସନ ବିଶିଷ୍ଟ ବିମାନଟି ବାରାମତିର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଅଜିତ ପାୱାରଙ୍କ ବିମାନ ମଧ୍ୟ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରେଡ୍ ବାର୍ଡ କମ୍ପାନିର ଏହି ଦୁଇ ଆସନ ବିଶିଷ୍ଟ ତାଲିମ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଗୋଜୁବାବି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ସମୟରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିବା ଜଣାପଡ଼ିଛି। ପାଇଲଟ୍ ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରି ସୁରକ୍ଷିତ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ବାରାମତିର ଗୋଜୁବାବି ଅଞ୍ଚଳରେ ସେ ବିମାନକୁ ହାର୍ଡ ଲ୍ୟାଣ୍ଡିଂ କରିଥିଲେ। ଏହି ଦୁର୍ଘଟଣାରେ ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ରିପୋର୍ଟ ମିଳିନାହିଁ ।