ଭୁବନେଶ୍ୱର,୦୨/୦୯: ପୁଣି ଫୁଲୁଛି ବୈତରଣୀ। ବାରମ୍ବାର ବନ୍ୟା ହେବା ପରେ କଲବଲ ହେଉଛନ୍ତି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ବିପନ୍ନ । ଏବେ ପୁଣି ବୈତରଣୀର ଜଳସ୍ତର ବଢୁଥିବାରୁ ପୁଣି ବନ୍ୟା ଆଶଙ୍କାରେ ଲୋକ ଡରିଲେଣି । ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢ଼ି ବିପଦ ସଙ୍କେତ ଟପିଛି। ଆଖୁଆପଦା ନିକଟରେ ବୈତରଣୀ ନୀଦର ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତମାନ ୧୮.୩୪ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି। ଆହୁରି ଜଳସ୍ତର ବଢ଼ିଲେ ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ବଢିଛି। ସେପଟେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବନ୍ୟା ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ସୁବର୍ଣ୍ଣରେଖା ନଦୀରେ ପୁଣିଥରେ ବନ୍ୟା ସ୍ଥିତି ଉପୁଜିଛି। ବାଲେଶ୍ବର ବାଲିଆପାଳ ବ୍ଲକର ୯ ପଞ୍ଚାୟତ ୧୨୦ ଅଧିକ ଗାଁ ପ୍ରଭାବିତ ହୋଇଛି।