ଦେଶର ୬ଟି ଆସନରେ ଉପନିର୍ବାଚନ ଜାରି, ଭୋଟ ଦେଉଛନ୍ତି ଜନତା

ନୂଆଦିଲ୍ଲୀ,୦୬/୧୦: ଆଜି ଦେଶର ୬ଟି ଆସନରେ ଉପନିର୍ବାଚନ ଜାରି ରହିଛି । ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ଭୋଟିଂ । ଏହି ଉପନିର୍ବାଚନକୁ ନେଇ ଅନେକ ଆସନରେ ରାଜନୈତିକ ମାହୋଲ ସରଗରମ ହୋଇଛି । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡୁର ମଦୁରାନ୍ଥାକମ୍‌ ଓ ଧରାପୁରମ୍‌, ପୁଡୁଚେରୀର ଥଟ୍ଟାଞ୍ଚାଭଡି ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନ ପାଇଁ ମତଦାନ ଚାଲିଛି ।ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗରରେ ଲଢ଼େଇ ରୋଚକ ହୋଇଛି । ବିଭିନ୍ନ ଦଳର ପ୍ରାର୍ଥୀ ମଇଦାନରେ ଥିବାରୁ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷ କରି ନନ୍ଦୀଗ୍ରାମର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ସେହିପରି ତାମିଲନାଡୁର ମଦୁରାନ୍ଥାକମ୍‌ ଓ ଧରାପୁରମ୍‌ ଆସନରେ ଚାରିମୁଖୀ ଲଢ଼େଇ । TVK, DMK, AIADMK ଓ CPI ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଜୋରଦାର ପ୍ରତିଦ୍ୱନ୍ଦ୍ୱିତା । ପୁଡୁଚେରୀର ଥଟ୍ଟାଞ୍ଚାଭଡି ଆସନରେ ମଧ୍ୟ ଭୋଟ୍‌ ଚାଲିଛି ।

Leave a Reply

Your email address will not be published. Required fields are marked *