ଭାରତୀୟ ମହିଳା ଟିମ୍‌ର କ୍ୟାପଟେନ୍ସି ପଦ ଛାଡ଼ିଲେ କ୍ରିକେଟର ହରମନପ୍ରୀତ କୌର

ନୂଆଦିଲ୍ଲୀ,୦୬/୧୦: ନିଜ ନେତୃତ୍ୱରେ ଭାରତକୁ ୨୦୨୫ର ବିଶ୍ୱକପ୍ ଜିତାଇଥିବା  କ୍ରିକେଟର ହରମନପ୍ରୀତ କୌର ଭାରତୀୟ ମହିଳା ଟିମ୍‌ର କ୍ୟାପଟେନ୍ସି ପଦ ଛାଡ଼ିଛନ୍ତି। ଏଣିକି ସେ କୌଣସି ଫର୍ମାଟ୍‌ରେ ମଧ୍ୟ ଦଳର ନେତୃତ୍ୱ ନେବେ ନାହିଁ। ନିକଟରେ ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସର ମହିଳା କ୍ରିକେଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଲେଖି ହରମନପ୍ରୀତ କହିଛନ୍ତି: “ଆଜି ମୁଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ସମସ୍ତ ଫର୍ମାଟ୍‌ର କ୍ୟାପଟେନ୍ସି ଛାଡ଼ୁଛି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା। ଏହା ସହିତ ଅନେକ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏମିତି ଅନେକ ମୁହୂର୍ତ୍ତ ଜଡ଼ିତ ଅଛି, ଯାହା ସାରା ଜୀବନ ମୋ ସହିତ ରହିବ। ମୁଁ ଏହି ଟିମ୍ ଏବଂ ଭାରତୀୟ ମହିଳା କ୍ରିକେଟ୍ ପାଇଁ ମୋର ସବୁକିଛି ଦେଇଛି। ମୋର ରକ୍ତ, ଝାଳ, ସମୟ ଏବଂ ଅନେକ ଥର ମୋ ଖେଳ ସହିତ ବ୍ୟକ୍ତିଗତ ଆକାଂକ୍ଷାକୁ ମଧ୍ୟ ପଛରେ ରଖିଛି।

 

Leave a Reply

Your email address will not be published. Required fields are marked *