ରାତିରେ ମହାରାଷ୍ଟ୍ରରେ ୪ଥର ଭୂମିକମ୍ପ, ସିରିଜ୍ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ

ନୂଆଦିଲ୍ଲୀ,୦୯/୦୭: ମହାରାଷ୍ଟ୍ରରେ ଗୁରୁବାର ମଧ୍ୟରାତ୍ରିରେ ଭୂମିକମ୍ପ ଅନୁଭୁତ ହୋଇଛି । ଲଗାତାର ମୌସୁମୀ ବର୍ଷା ଦ୍ବାରା ପ୍ରଭାବିତ ରାଜ୍ୟରେ ମଧ୍ୟରାତ୍ରିରେ ଭୂମିକମ୍ପ ହେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳର ନାନ୍ଦେଡ଼, ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଭୋର ୧:୩୭ ରୁ ୩:୨୩ ମଧ୍ୟରେ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରୁ ୪.୬ ମଧ୍ୟରେ ମାପ କରାଯାଇଥିଲା । ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।ମହାରାଷ୍ଟ୍ରର ପରଭାନୀ, ନାନ୍ଦେଦ ଏବଂ ହିଙ୍ଗୋଲିରେ ଗୋଟିଏ ରାତିରେ ଚାରିଥର ଭୂମିକମ୍ପ ଅନୁଭୂତ ହୋଇଛି । ଲଗାତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଭୂମିକମ୍ପ ଯୋଗୁ ଘରେ ଶୋଇଥିବା ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଭୟଭୀତ ଲୋକମାନେ ତୁରନ୍ତ ଘରୁ ବାହାରକୁ ବାହାରି ଆସିଥିଲେ ।

Leave a Reply

Your email address will not be published. Required fields are marked *