ନୂଆଦିଲ୍ଲୀ,୧୭/୧୧: ଇଣ୍ଡୋନେସିଆରେ ଭୂମିକମ୍ପ ଝଟ୍କା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁସାରେ, ୧୬ ନଭେମ୍ବର ୨୦୨୬ରେ ଭାରତୀୟ ସମୟ ପ୍ରାୟ ରାତି ୨ଟା ୪୧ ମିନିଟ୍ରେ ଇଣ୍ଡୋନେସିଆର ତୁଆଲ ସହରଠାରୁ ପ୍ରାୟ ୧୪୮ରୁ ୧୫୧ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ବାନ୍ଦା ସାଗରରେ ଥିବା ଜଣାପଡ଼ିଛି । ପ୍ରାରମ୍ଭିକ ତଥ୍ୟରେ ଭୂମିକମ୍ପର ଗଭୀରତା ୩୫ କିଲୋମିଟର ରହିଥିବା ବେଳେ ପରବର୍ତ୍ତୀ ତଥ୍ୟରେ ଏହା ପ୍ରାୟ ୬୮ କିଲୋମିଟର ରେକର୍ଡ କରାଯାଇଛି । ସମୁଦ୍ର ମଧ୍ୟରେ ଏବଂ ଅଧିକ ଗଭୀରତାରେ ଭୂମିକମ୍ପ ହୋଇଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ସୀମିତ ରହିଥିବା କୁହାଯାଉଛି । USGSର PAGER ସିଷ୍ଟମ ଏହି ଭୂମିକମ୍ପକୁ ଗ୍ରୀନ୍ ଆଲର୍ଟ ଦେଇଛି । ଧନଜୀବନ କ୍ଷତିର ଆଶଙ୍କା ବହୁତ କମ୍ ଥିବା ଆକଳନ କରାଯାଇଛି । ଅନ୍ୟପଟେ ଇଣ୍ଡୋନେସିଆର ଭୂତତ୍ତ୍ୱ ସଂସ୍ଥା BMKG ମଧ୍ୟ ଏହି ଭୂମିକମ୍ପକୁ ରେକର୍ଡ କରିଛି । ସଂସ୍ଥା ପକ୍ଷରୁ ସୁନାମି ଆଶଙ୍କାକୁ ଖାରଜ କରାଯାଇଛି । ଏପର୍ଯ୍ୟନ୍ତ ବଡ଼ଧରଣର କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ କୌଣସି ଅଧିକାରିକ ରିପୋର୍ଟ ମିଳିନାହିଁ ।