ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମର ବନାନରେ ପରିବର୍ତ୍ତନ

ଭୁବନେଶ୍ୱର,୨୨/୦୬: ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମର ବନାନରେ ପରିବର୍ତ୍ତନ କରଗଲା । ଓଡ଼ିଶାର ସ୍ଥାନ ନାମର ଇଂରାଜୀ ବନାନରେ ଓଡ଼ିଶାର ଭାଷାଗତ ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଏବଂ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳ ସଂସ୍ଥାଗୁଡ଼ିକର ଇଂରାଜୀ ବନାନକୁ ଠିକ କରିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟର ୨୬ଟି ଜିଲ୍ଲାର ବିଭିନ୍ନ ସ୍ଥାନର ଇଂରାଜୀ ବନାନ ସଂଶୋଧନ କରାଯାଇଛି । ସରକାର ସ୍ପଷ୍ଟ କରିଛନ୍ତି ଯେ, କେବଳ ଇଂରାଜୀ ବନାନରେ ପରିବର୍ତ୍ତନ କରାଯାଇଛି । ସମ୍ପୃକ୍ତ ସ୍ଥାନଗୁଡ଼ିକର ନାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ ।

Leave a Reply

Your email address will not be published. Required fields are marked *