ଜନ୍ତର-ମନ୍ତରରେ ପ୍ରତିବାଦ ସମୟରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିରୋଧରେ ତିନିଜଣ ମହିଳା ସାମ୍ବାଦିକ ଆଣିଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ,୦୨/୧୦: ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଅକ୍ଟୋବର ୩ ତାରିଖରେ ହୋଇଥିବା ପ୍ରତିବାଦ ସମୟରେ ତିନିଜଣ ମହିଳା ସାମ୍ବାଦିକ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅସଦାଚରଣର ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ SIR ବିରୋଧରେ ହୋଇଥିବା ପ୍ରଦର୍ଶନକୁ କଭର୍ କରୁଥିବା ବେଳେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଜଣେ ମହିଳା ସାମ୍ବାଦିକଙ୍କ ଅଭିଯୋଗ ଅନୁସାରେ, ପ୍ରତିବାଦକାରୀଙ୍କୁ ପୋଲିସ ହିରାସତକୁ ନେଉଥିବା ସମୟରେ ସେଠାରେ ମହିଳା ପୋଲିସ କର୍ମୀ ନଥିବାକୁ ନେଇ ସେ ଜଣେ ACPଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ତାଙ୍କ ସହ ଅସଦାଚରଣ କରାଯାଇଥିବା ଏବଂ ତାଙ୍କୁ ପଛକୁ ଠେଲି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀ ପୋଲିସ କହିଛି, ତିନିଜଣ ମହିଳା ହିରାସତ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ମାନହାନିକର ବ୍ୟବହାର ଓ ମ୍ୟାନହ୍ୟାଣ୍ଡଲିଂ ହୋଇଥିବା ଅଭିଯୋଗ ଦେଇଛନ୍ତି। ସେମାନଙ୍କ ମେଡିକାଲ ପରୀକ୍ଷା ମଧ୍ୟ କରାଯାଇଛି।

ପୁଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣା ସମ୍ପର୍କିତ ସମସ୍ତ ଅଭିଯୋଗର ଯାଞ୍ଚ କ୍ରାଇମ ବ୍ରାଞ୍ଚ କରିବ। ଅଭିଯୋଗକାରୀ ସାମ୍ବାଦିକଙ୍କ ସହ ଘଟଣାସ୍ଥଳରେ ଥିବା ଅନ୍ୟମାନଙ୍କ ବୟାନ ନିଆଯିବ। ଘଟଣା ସମୟର କୌଣସି ଭିଡିଓ କିମ୍ବା ଅନ୍ୟ ଫୁଟେଜ୍ ଥାଇଥିଲେ, ତାହା କ୍ରାଇମ ବ୍ରାଞ୍ଚକୁ ଦେବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।

 

Leave a Reply

Your email address will not be published. Required fields are marked *