ଅକ୍ଟୋବରରେ ପୁଣି ବାତ୍ୟା ଭୟ, ଓଡ଼ିଶା ପ୍ରତି ଅଛି କି ବିପଦ ?

ଭୁବନେଶ୍ୱର,୦୪/୧୦: ଅକ୍ଟୋବରରେ ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ୧୩ ଅକ୍ଟୋବର ବେଳକୁ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ, ପାଖାପାଖି ୧୫ ଅକ୍ଟୋବର ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଏବଂ ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆମେରିକୀୟ ମଡେଲ ଓ ୟୁରୋପିୟ ମଡେଲ ଉଭୟ ଅକ୍ଟୋବରରେ ବଙ୍ଗୋପସାଗର ବାତ୍ୟା ନେଇ ଆକଳନ କରିଛନ୍ତି। କେବଳ ସେତିକି ନୁହେଁ ଉଭୟ ମଡେଲ ବର୍ତ୍ତମାନ ଦଶହରା ସମୟରେ ବଙ୍ଗୋପସାଗରରେ ବାତ୍ୟା ଓଡ଼ିଶା ମୁହାଁ ହେବା ମଧ୍ୟ ସୂଚାଉଛନ୍ତି। ବର୍ତ୍ତମାନର ଅକ୍ଟୋବର ମାସର ଆକଳନ ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ନୂଆ ଡର ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *