କଂଗ୍ରେସର ଦିଲ୍ଳୀ ଚଲୋ ଡାକରା, ଏସ୍‌ଆଇଆର୍ ଓ ସିଇସିଙ୍କ ବିରୋଧରେ ଗର୍ଜିବ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ,୧୨/୧୦: କଂଗ୍ରେସର ଦିଲ୍ଳୀ ଚଲୋ ଡାକରା । ଆଜି ପୁଣି ଦିଲ୍ଲୀରେ ଦମ୍ ଦେଖାଇବେ ବିରୋଧୀ । ଏସ୍‌ଆଇଆର୍ ଓ ସିଇସିଙ୍କ ବିରୋଧରେ ଗର୍ଜିବ ଇଣ୍ଡି ମେଣ୍ଟ । ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଉଗ୍ର ରୂପ ଧାରଣ କରିବାକୁ ଯାଉଛି । କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ବଡ଼ ଘୋଷଣା କରି କହିଛନ୍ତି, ସୋମବାର ଦିଲ୍ଲୀରେ ‘ଭୋଟ ଚୋରି’ ବିରୋଧରେ ଏକ ବିଶାଳ ପ୍ରତିବାଦ ସଭା କରାଯିବ । ଦେଶର ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଭୋଟ ଦେବାର ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ ଏହି ଆନ୍ଦୋଳନ ଏକ ଦ୍ଵିତୀୟ ସ୍ଵାଧୀନତା ସଂଗ୍ରାମ ବୋଲି ସେ ଅଭିହିତ କରିଛନ୍ତି । ଆଜି କଂଗ୍ରେସ ସହିତ ଇଣ୍ଡି ମେଣ୍ଟ ଓ ଯୁବଗୋଷ୍ଠୀ ପୁନର୍ବାର ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଜଣାଇଛନ୍ତି । ଆଜି ବିରୋଧୀ ଦଳ ନେତାମାନେ ଇଣ୍ଡିଆ ଗେଟ୍‌ରେ ଏକତ୍ରିତ ହେବେ ଏବଂ ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *