ଅଣନିଶ୍ୱାସୀ ଦିଲ୍ଲୀବାସୀ, ଅତି ଖରାପ ବର୍ଗରେ ପହଞ୍ଚିଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ,୨/୧୧: ଶୀତ ଆସୁ ଆସୁ ଦିଲ୍ଲୀରେ ବିଷାକ୍ତ ହେଲାଣି ପବନ ! ସକାଳୁ ସକାଳୁ ରାଜଧାନୀର ବାୟୁ ଗୁଣବତ୍ତା ଖସି ଅତି ଖରାପ ବର୍ଗରେ ପହଞ୍ଚିଛି । ନଭେମ୍ବର ୨ ତାରିଖ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୧୪ ରେକର୍ଡ ହୋଇଛି । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତା ଏତେ ଖରାପ ସ୍ତରକୁ ଖସିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା CPCBର ତଥ୍ୟ ଅନୁସାରେ, AQI ୩୦୦ ଅତିକ୍ରମ କରିବା ପରେ ଦିଲ୍ଲୀର ବାୟୁ ‘ଭେରି ପୁଅର୍’ ବା ଅତି ଖରାପ ବର୍ଗରେ ସାମିଲ ହୋଇଛି। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ସବୁଠାରୁ ବଡ଼ କଥା ହେଉଛି, ପ୍ରଦୂଷଣ ରୋକିବାକୁ ନଭେମ୍ବର ୧ରୁ ଶୀତକାଳୀନ ଆକ୍ସନ୍ ପ୍ଲାନ୍ ଲାଗୁ ହୋଇଥିଲେ ମଧ୍ୟ ବାୟୁର ମାନରେ ସେଭଳି ସୁଧାର ଆସିନାହିଁ । ଆକ୍ସନ୍ ପ୍ଲାନ୍‌ର ପ୍ରଥମ ଦିନରେ ଦିଲ୍ଲୀ ପ୍ରଶାସନ ପ୍ରାୟ ୧୫ ହଜାର ଗାଡ଼ି ଯାଞ୍ଚ କରିଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ନଥିବାରୁ ୫୬୬ଟି ଚାଲାଣ କଟାଯାଇଛି ।

Leave a Reply

Your email address will not be published. Required fields are marked *