ଅଣନିଶ୍ୱାସୀ ଦିଲ୍ଲୀବାସୀ, ବିଭିନ୍ନ ସ୍ଥାନରେ ଧୂଆଁ ଓ କୁହୁଡ଼ିର ଆସ୍ତରଣ

ନୂଆଦିଲ୍ଲୀ,୨୧/୧୦: ଦିଲ୍ଲୀରେ ପୁଣି ଫେରିଲା ଧୂଆଁର ଆସ୍ତରଣ । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ଆଜି ସକାଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ଧୂଆଁ ଓ କୁହୁଡ଼ିର ଆସ୍ତରଣ ଦେଖାଦେଇଛି । ମଙ୍ଗଳବାର ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୭୯ ରହିଥିବା ବେଳେ ବାୟୁର ମାନ ‘ମଧ୍ୟମ’ ଶ୍ରେଣୀରେ ଥିଲା । କିନ୍ତୁ ବୁଧବାର ସୁଦ୍ଧା ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ବଢ଼ି ‘ଖରାପ’ ଶ୍ରେଣୀରେ ପହଞ୍ଚିଛି । ବାୟୁ ଗୁଣବତ୍ତା ସମ୍ପର୍କିତ ତଥ୍ୟ ଅନୁସାରେ, ବୁଧବାର ମଧ୍ୟରାତ୍ରିରେ ବାୱାନାରେ AQI ୨୭୩, ଦ୍ୱାରକା ସେକ୍ଟର-୮ରେ ୨୬୨, ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି ଅଞ୍ଚଳରେ ୨୪୮ ଏବଂ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ୨୩୦ ରେକର୍ଡ କରାଯାଇଥିଲା । AQI ୨୦୧ରୁ ୩୦୦ ମଧ୍ୟରେ ରହିଲେ ତାହାକୁ ‘ଖରାପ’ ବାୟୁ ଗୁଣବତ୍ତା ବୋଲି ଧରାଯାଏ । ଦିଲ୍ଲୀରେ ମଙ୍ଗଳବାର ଧୁମଧାମରେ ପାଳନ ହୋଇଥିଲା ଦଶହରା । ବିଭିନ୍ନ ସ୍ଥାନରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପ୍ରତିମୂର୍ତ୍ତି ଦହନ ସହ ଆତସବାଜି ହୋଇଥିଲା । ଏହି ସମୟରେ ଆତସବାଜିରୁ ବାହାରୁଥିବା ଧୂଆଁ ଓ ସୂକ୍ଷ୍ମ କଣିକା ବାୟୁ ପ୍ରଦୂଷଣକୁ ବଢ଼ାଇପାରେ । ତେବେ ଦଶହରା ଉତ୍ସବ ଯୋଗୁଁ ବର୍ତ୍ତମାନର ପ୍ରଦୂଷଣ କେତେ ମାତ୍ରାରେ ବଢ଼ିଛି, ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *