ଇଣ୍ଡିଆ କେମ୍‌ ୨୦୨୬ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୧୦: ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପରେ ନୂଆ ନିବେଶ ଆକର୍ଷିତ କରିବାକୁ ଉଦ୍ୟମ କରିବ ଓଡ଼ିଶା । ଏଥିପାଇଁ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ କେମ୍‌ ୨୦୨୬’ରେ ରାଜ୍ୟ ନିଜର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗ ଉପସ୍ଥାପନ କରିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅଗଷ୍ଟ ୨୨ ତାରିଖରେ ମୁମ୍ବାଇରେ ଆୟୋଜିତ ହେବ ଇଣ୍ଡିଆ କେମ୍‌ ୨୦୨୬ । ଏହା ଭାରତର ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରର ଏକ ପ୍ରମୁଖ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ମୁମ୍ବାଇ ଗସ୍ତ ସମୟରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେବେ । ଏହାସହ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସିଇଓ ଗୋଲଟେବୁଲ୍ ବୈଠକରେ ମଧ୍ୟ ସାମିଲ ହେବେ ।

Leave a Reply

Your email address will not be published. Required fields are marked *