ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୨୯/୦୫: ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧାମୂର୍ତ୍ତି ଏବେ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ରତ୍ନବେଦିର ଗୁପ୍ତଲୀଳା ସାରି ପ୍ରଭୁ ଏବେ ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରି ଭକ୍ତମାନେ ଆଜି ନିଜକୁ ଧନ୍ୟ ମନେ କରୁଛନ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସେହି ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଦର୍ଶନକରିବାକୁ ଅପେକ୍ଷାରତ ଲକ୍ଷ ଲକ୍ଷ ଭକ୍ତ । ବିଶ୍ୱାସ ରହିଛି, ଆଜିର ଦିନରେ ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ।

Leave a Reply

Your email address will not be published. Required fields are marked *