ପୁରୀରେ ପ୍ରବଳ ବର୍ଷା, ହୋଇପାରିଲାନି ତାଳଧ୍ୱଜ ରଥର ଦକ୍ଷିଣି ମୋଡ଼

ଭୁବନେଶ୍ୱର,୨୧/୦୭: ପୁରୀରେ ରଥଯାତ୍ରା ସମୟରେ ପାଣିପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବଂ ବିଶେଷକରି ଉପକୂଳ ଅଞ୍ଚଳରେ ଲାଗିରହିଥିବା ପ୍ରବଳ ବର୍ଷା ଓ ଖରାପ ପାଗକୁ ଆଖିଆଗରେ ରଖି, ପ୍ରଭୁ ବଳଭଦ୍ରଙ୍କ ଦିବ୍ୟ ରଥ ‘ତାଳଧ୍ୱଜ’ର ଦକ୍ଷିଣି ମୋଡ଼ ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସହିତ ଏହାକୁ ମଧ୍ୟ ଶରଧାବାଲି ଅଭିମୁଖେ ଟଣାଯିବ ।

ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ରଥର ବର୍ତ୍ତମାନ ସ୍ଥାନରେ ଆବଶ୍ୟକୀୟ ବ୍ୟାରିକେଡିଂ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବର୍ଷା ସମୟରେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସୁରକ୍ଷା କର୍ମୀମାନେ ମୁତୟନ ରହିଛନ୍ତି । ସେହିପରି ବଡ଼ଦାଣ୍ଡରେ ଯାନବାହନ ଏବଂ ଜନସାଧାରଣଙ୍କ ଯାତାୟାତ ଯେପରି ସ୍ୱାଭାବିକ ଏବଂ ଶୃଙ୍ଖଳିତ ରହିବ, ସେଥିଲାଗି ମଧ୍ୟ ଟ୍ରାଫିକ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *