ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ଦେଶ ଉପରେ ପଡିଲାଣି। ତେଲ ସଙ୍କଟ ଦୂର ସହ ଖର୍ଚ୍ଚକାଟ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ ଆପଣାଇଛନ୍ତି ଅନେକ ରାଜ୍ୟ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ତେଲ ସଙ୍କଟକୁ ଦୂର କରିବାକୁ ଗାଡି ବ୍ୟବହାର କମ କରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାର କିଛି ଘଣ୍ଟା ମଧ୍ୟରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ନିଜ ସୁରକ୍ଷା କାରକେଡ୍‌କୁ ହ୍ରାସ କରିଛନ୍ତି। କାରକେଡରେ ଥିବା ଗାଡି ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ଆଜି ମାତ୍ର ୨ଟି ଗାଡିର କାରକେଡକୁ ନେଇ ଯାତ୍ରା କରିଥିବାର ଦେଖିବାକୁ ମିଳିଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୋଦିଙ୍କ ରାସ୍ତା ଆପଣାଇଛନ୍ତି।ଏପଟେ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ ପରେ ଓଡ଼ିଶା ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ କାରକେଡରେ ଗାଡି ସଂଖ୍ୟା କମ କରିଛନ୍ତି। ବ୍ୟକ୍ତିଗତ ଗାଡ଼ିରେ ଯାତାୟାତ କମ୍‌ କରି ଅଧିକ ମାତ୍ରାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁନା ନକିଣିବା ସହ ଅନାବଶ୍ୟକ ବିଦେଶ ଗସ୍ତ ନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଭବନ ଓ ସରକାରୀ କାର୍ୟ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ। ନିଜେ ମଧ୍ୟ ଆବଶ୍ୟକ ପଡିଲେ ବସ୍‌ରେ ଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।ଗୋଟିଏ ପଟେ ତେଲ ସଙ୍କଟ ଦୂର କରିବାକୁ କେନ୍ଦ୍ର ଓ ରାଜ୍ୟ ଜୋରଦାର ପ୍ରୟାସ କରୁଛନ୍ତି।

Leave a Reply

Your email address will not be published. Required fields are marked *