ରାଜ୍ୟ ଯୋଜନା ବୋର୍ଡ ହେବ SITI ଓଡ଼ିଶା, ଗଭର୍ଣ୍ଣିଂ କାଉନସିଲ୍‌ର ଅଧକ୍ଷ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୦୪: ରାଜ୍ୟ ଯୋଜନା ବୋର୍ଡ ହେବ SITI ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ଗଭର୍ଣ୍ଣିଂ କାଉନସିଲ୍‌ର ଅଧକ୍ଷ । SITI ଓଡ଼ିଶା ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ। ଏକ ରଣନୈତିକ ପରାମର୍ଶଦାତା ସଂସ୍ଥା ହେବ। ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍‌ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ- SITI Odisha ପ୍ରତିଷ୍ଠା କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଏକ ପରିଚାଳନା ପରିଷଦ ରହିବ। ଏହା ସହିତ, ଜଣେ ଉପାଧ୍ୟକ୍ଷ, ୪ ପୂର୍ଣ୍ଣକାଳୀନ ସଦସ୍ୟ, ୯ ଜଣ ପଦାଧିକାରୀ ଏବଂ ୨ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ । ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀ ପଦବୀରେ ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ନିଯୁକ୍ତ କରିବେ । ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ IAS କ୍ୟାଡରରେ ପ୍ରମୁଖ ସଚିବ କିମ୍ବା କମିସନର-କମ୍-ସଚିବ ପଦବୀରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କୁ ମଧ୍ୟ ନିଯୁକ୍ତ କରିବେ । SITI ଓଡ଼ିଶା ଅଧୀନରେ ରାଜ୍ୟ ମନିଟରିଂ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ (SMEO) ନାମରେ ଏକ ସଂଲଗ୍ନ କାର୍ଯ୍ୟାଳୟ ମଧ୍ୟ ରହିବ । SITI-ଓଡ଼ିଶା ରାଜ୍ୟ ସରକାରଙ୍କୁ ଗ୍ରାମୀଣ ଅର୍ଥନୀତି ଏବଂ ଜୀବିକା, ନିଯୁକ୍ତି ଏବଂ ନଗର ବିକାଶ, ଚିନ୍ତାଧାରା ଏବଂ ନବସୃଜନ, ଶକ୍ତି ପରିବର୍ତ୍ତନ, ପରିବେଶ ଏବଂ ଜଙ୍ଗଲ, ଖଣି ଏବଂ ପ୍ରାକୃତିକ ସମ୍ପଦ ଭଳି ୬ଟି ବିଷୟବସ୍ତୁ ଉପରେ ମାର୍ଗଦର୍ଶନ କରିବ। ।