ପୁରୀର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର,୧୩/୧୦: ପୁରୀ ଜିଲ୍ଲାର ବଦଳିବ କାୟାକଳ୍ପ। ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଦଳିବ ଶ୍ରୀକ୍ଷେତ୍ରର ବ୍ରିଜ୍‌, ବେଳାଭୂମି ଓ ମନ୍ଦିର। ଏହି ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିମାନବନ୍ଦର ଓ ରଘୁନନ୍ଦନ ପାଠାଗାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଲୋଚନା ହୋଇଛି। ଶ୍ରୀକ୍ଷେତ୍ରର ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସ୍ଥାନୀୟ ସେବାୟତ ଓ ନାଗରିକଙ୍କୁ ପ୍ରାଥମିକତା ମିଳିବ। ଶ୍ରୀସେତୁ ନିକଟରେ ବଡଦାଣ୍ଡ ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯିବ। ସ୍ଥାନୀୟ ନାଗରିକଙ୍କ ଆବଶ୍ୟକତାକୁ ସୁରକ୍ଷିତ ରଖି ସମସ୍ତ ପ୍ରକଳ୍ପ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।  ଶ୍ରୀଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହିତ ମହାପ୍ରସାଦ ରନ୍ଧା ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *