ଭୁବନେଶ୍ୱର,୨୫/୦୮: ପୁରୀରେ ଘୋଷଯାତ୍ରା ପରେ ରଥଭଙ୍ଗାର ଏହି ପରମ୍ପରା ଶ୍ରୀକ୍ଷେତ୍ରର ଏକ ନିଆରା ରୀତିନୀତି । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି । ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତଙ୍କ ଭିଡ଼ ଏବଂ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯାଉଛି । ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର କେନ୍ଦ୍ର ପାଲଟିଥିବା ଏହି ତିନି ରଥ, ଏବେ ପରମ୍ପରା ଅନୁଯାୟୀ ଭଙ୍ଗାଯାଉଛି । ଆଉ ଏହା ସହ ଧୀରେ ଧୀରେ ଶେଷ ହେଉଛି ଚଳିତବର୍ଷର ରଥଯାତ୍ରାର ଆଉ ଏକ ପର୍ବ ।