CBSEର ୧୦ମ ପରୀକ୍ଷା ଫଳ ପ୍ରକାଶିତ, ଏମିତି କରିପାରିବେ ଚେକ

ଭୁବନେଶ୍ୱର,୧୫/୦୪: ଆଜି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକଣ୍ଡାରି ଏଜୁକେସନ୍‌ (ସିବିଏସ୍‌)ଇ‌ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ cbse.gov.in, results.cbse.nic.in ରେ ଦେଖିପାରିବେ। ଏହା ବ୍ୟତୀତ ଡିଜିଲକର ଓ ଓମଙ୍ଗ ଆପ୍‌ରେ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ (୨୦୨୫-୨୬)ରେ ୧୭ ଫେବୃଆରି ୨୭ ଫେବୃଆରି ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ ହଜାର ୭୭୩ଜଣ ଛାତ୍ରୀ ଥିଲେ। ତେବେ ୨୪ଲକ୍ଷ ୭୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।