ଭୁବନେଶ୍ୱର,୧୬/୧୦: କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି। ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧିଙ୍କ ଛଅ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ବାବଦରେ ପ୍ରଦାନ କରାଯିବ । ମଞ୍ଜୁର ହୋଇଥିବା ରାଶି ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ହିସାବରେ ସମ୍ମାନ ରାଶି ପାଇବେ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଜନପ୍ରତିନିଧିମାନେ ଉପକୃତ ହେବେ ।