ନୂଆଦିଲ୍ଲୀ,୦୮/୦୭: ଇରାନ ସରକାରଙ୍କୁ କ୍ୟାନସର ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଥା ସମ୍ଭବ କାଟିକି ଫିଙ୍ଗି ଦେବା ଦରକାର । ତୁର୍କୀରେ ଚାଲିଥିବା ନାଟୋ ସମିଟରେ ଇରାନ୍ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଟ୍ରମ୍ପ୍ । ଏଭଳି କ୍ଷେତ୍ରରେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହୋଇଛି । ଆମେରିକା ଏବଂ ଇରାନ ମଧ୍ୟରେ ଜୁନରେ ହୋଇଥିବା ଶାନ୍ତି ଚୁକ୍ତି ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ହୋଇଥିବା ଅନ୍ତରୀଣ ବୁଝାମଣା କେବଳ ସମୟ ନଷ୍ଟ, କିନ୍ତୁ ସେ ଆଲୋଚନା ଜାରି ରଖିବାକୁ ଅନୁମତି ଦେବେ । ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଜାହାଜଗୁଡ଼ିକ ଉପରେ ତେହେରାନର ଆକ୍ରମଣର ଜବାବରେ ଆମେରିକା ପକ୍ଷରୁ ବନ୍ଦର ସହର ଅବ୍ବାସ ଓ ସିରିକ୍ ଏବଂ କେସ୍ମ ଦ୍ଵୀପରେ ଥିବା ଇରାନର ଭିତ୍ତିଭୂମି ଉପରେ ବ୍ୟାପକ ଆକ୍ରମଣ କରାଯାଇଛି ।