ଜନ୍ମବେଦିରେ ଚତୁର୍ଦ୍ଧାମୂରତି: ବାହୁଡ଼ା ଯାଏଁ ଆଡ଼ପ ମଣ୍ଡପରେ ପୂଜା ପାଇବେ ମହାପ୍ରଭୁ , ଲାଗିହେବ ଆଡ଼ପ ଅବଢ଼ା

ଭୁବନେଶ୍ୱର,୧୯/୦୭: ଜନ୍ମବେଦିରେ ଚତୁର୍ଦ୍ଧାମୂରତି ।  ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତେ । ଏଣିକି ବାହୁଡ଼ା ଯାଏଁ ଆଡ଼ପ ମଣ୍ଡପରେ ପୂଜା ପାଇବେ ମହାପ୍ରଭୁ , ଲାଗିହେବ ଆଡ଼ପ ଅବଢ଼ା ।ଆଜି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା । ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ରେ ଲୀଳା ଖେଳା କରିବେ ମହାପ୍ରଭୁ। ଏଣୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ପ୍ରଥମ ଆଡ଼ପ ଅବଢ଼ା ବାହାରିବ । ୫୦ ହଜାର ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *