ଭୁବନେଶ୍ୱର,୧୯/୧୧: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର । PUC (ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର) ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏଣିକି ଗାଡ଼ିର ବୟସ ଓ ମାନକ ଅନୁସାରେ PUC ସାର୍ଟିଫିକେଟ୍ର ବୈଧତା ନିର୍ଦ୍ଧାରଣ କରାଯିବ । ନୂଆ BS-VI ଘରୋଇ ଗାଡ଼ି ପାଇଁ ଥରେ PUC ସାର୍ଟିଫିକେଟ୍ କରାଇଲେ ତାହା ୩ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ସେହିପରି ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପ୍ରତି ୬ ମାସରେ PUC ଯାଞ୍ଚ କରାଇବାକୁ ପଡ଼ିବ । ନଭେମ୍ବର ୧୯ରୁ ଏହି ନୂଆ ନିୟମ ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ, BS-VI ମାନକର ଘରୋଇ ଗାଡ଼ିଗୁଡ଼ିକର ବୟସକୁ ଦୃଷ୍ଟିରେ ରଖି PUC ସାର୍ଟିଫିକେଟ୍ର ବୈଧତା ଧାର୍ଯ୍ୟ କରାଯାଇଛି ।କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୧୩ ନଭେମ୍ବର ୨୦୨୬ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ନଭେମ୍ବର ୧୯ରେ ସରକାରୀ ଗେଜେଟ୍ରେ ପ୍ରକାଶ ପାଇବା ସହ ନୂଆ ନିୟମ ଲାଗୁ ହୋଇଛି ।