ଚାଷୀଙ୍କ ପାଇଁ ବଡ଼ ଖବର, ଏହି ୩ ଜିଲ୍ଲା ପାଇଁ ମଣ୍ଡି ଖୋଲିବା ତାରିଖ ଘୋଷଣା

ଭୁବନେଶ୍ୱର,୧୬/୧୧: ଚାଷୀଙ୍କ ପାଇଁ ବଡ଼ ଖବର । ବଲାଙ୍ଗୀର, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ସାମ୍ନାକୁ ଆସିଲା ମଣ୍ଡି ଖୋଲିବା ତାରିଖ । କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ପହିଲାରୁ ଖରିଫ ଧାନ କିଣା ଆରମ୍ଭ ହେବ । ସୁବର୍ଣ୍ଣପୁର ଜିଲ୍ଲାରେ ଡିସେମ୍ୱର ୧୧ ତାରିଖରୁ ଧାନ କିଣା ଆରମ୍ଭ ହେବ । ବଲାଙ୍ଗୀର ଜିଲ୍ଲାରେ ଡିସେମ୍ବର ୧୪ରୁ ଆରମ୍ଭ ହେବ ଧାନ କିଣା । ଏନେଇ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ୮୦ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। କ୍ଷେତ୍ରୀୟ ଯାଞ୍ଚ ପରେ ବୈଧ ଘୋଷିତ ଚାଷୀ ସଂଖ୍ୟା ୭୧ ହଜାର ୩୯୧। ସୁବର୍ଣ୍ଣପୁର ଜିଲ୍ଲାରେ ୮୧ଟି ପ୍ୟାକ୍ସରେ ଧାନ କ୍ରୟ କରାଯିବ। ପଞ୍ଜୀକୃତ ଚାଷୀମାନେ ନିର୍ଦ୍ଧାରିତ ତାରିଖରୁ ମଣ୍ଡିକୁ ଧାନ ଆଣିପାରିବେ।

Leave a Reply

Your email address will not be published. Required fields are marked *