ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହେଉଛି ଲଘୁଚାପ, ୧୬ ରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର,୧୪/୧୧: ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହେଉଛି ଲଘୁଚାପ। ଗତକାଲି ତୁଳନାରେ ଲଘୁଚାପ ସହ ଜଡ଼ିତ ବାଦଲ ଏକତ୍ରିକରଣ ପ୍ରକ୍ରିୟା ବୃଦ୍ଧି ପାଇଥିବା ବେଳେ ଲଘୁଚାପ ଚାରିପାଖରେ ବାଦଳର ଆଚ୍ଛାଦନ ମଧ୍ୟ ବଢ଼ିବାରେ ଲାଗିଥିବା ସାଟେଲାଇଟ ଫଟୋରୁ ସ୍ପଷ୍ଟ ଭାବେ ଦେଖାଯାଉଛି ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଦିନରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୧୫ ନଭେମ୍ବର ସକାଳ ବେଳକୁ ଏହା ସେହି ଅଞ୍ଚଳରେ ଏକ ଗଭୀର ଅବପାତରେ ପରିଣତ ହେବ । ଏହା ପରେ ଏହି ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୬ ନଭେମ୍ବର ସନ୍ଧ୍ୟା ବେଳକୁ ମଧ୍ୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *