ନୂଆ ଅମୃତ ଭାରତ 3.0, ପ୍ରଥମ ଥର ପାଇଁ ଯୋଡ଼ାଗଲା AC କୋଚ୍‌

ଭୁବନେଶ୍ୱର,୧୩/୧୧: ଭାରତୀୟ ରେଳବାଇ ଅମୃତ ଭାରତ ଏକ୍ସପ୍ରେସକୁ ନୂଆ ରୂପରେ ଯାତ୍ରୀଙ୍କ ପାଇଁ ଆଣିଛି । ଏପର୍ଯ୍ୟନ୍ତ ମୁଖ୍ୟତଃ ନନ୍-AC ସ୍ଲିପର ଓ ଜେନେରାଲ କୋଚ୍‌ ସହ ଚାଲୁଥିବା ଏହି ଟ୍ରେନ୍‌ରେ ପ୍ରଥମ ଥର ପାଇଁ AC କୋଚ୍‌ ଯୋଡ଼ାଯାଇଛି । ଅମୃତ ଭାରତ ଏକ୍ସପ୍ରେସ 3.0’ ନାମରେ ଆସିଥିବା ଏହି ନୂଆ ଭର୍ସନ୍‌ରେ ଯାତ୍ରୀମାନେ ନିଜ ବଜେଟ୍ ଓ ଆବଶ୍ୟକତା ଅନୁସାରେ ଫର୍ଷ୍ଟ AC, ସେକେଣ୍ଡ AC, ଥର୍ଡ AC, ସ୍ଲିପର କିମ୍ବା ଜେନେରାଲ କ୍ଲାସ୍‌ରେ ଯାତ୍ରା କରିପାରିବେ।ରେଳବାଇ ଏହାର ପ୍ରଥମ AC ଭର୍ସନ୍‌କୁ ନୂଆଦିଲ୍ଲୀରୁ ପାଟନା ମଧ୍ୟରେ ଚାଲୁ କରିଛି । ଛଠ ପୂଜା ସମୟରେ ବିହାର ଯାଉଥିବା ଯାତ୍ରୀଙ୍କ ଭାରି ଭିଡ଼କୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହୋଇଛି । ନୂଆ ଅମୃତ ଭାରତ 3.0ରେ ମୋଟ ୨୨ଟି କୋଚ୍‌ ରହିଛି ।

Leave a Reply

Your email address will not be published. Required fields are marked *