ଭୂମିକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୯

ନୂଆଦିଲ୍ଲୀ,୧୨/୧୦: ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ନେପାଳ । ଗୁରୁବାର ଭୋର ସମୟରେ ୪.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ୍ ଭୂମି ଦୋହଲିବାରୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ । ଅନେକ ଲୋକ ନିଦରୁ ଉଠି ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ଆସିଥିବା ଜଣାପଡ଼ିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS)ର ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୭୩ କିଲୋମିଟର ଗଭୀରରେ ରହିଥିଲା । ଭୂମିକମ୍ପ ପରେ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ସତର୍କ କରାଯାଇଥିଲା । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ଭୂମିକମ୍ପରେ ବଡ଼ଧରଣର ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ । ତେବେ ନେପାଳର ପାର୍ବତ୍ୟ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *