ବିବାହ ବନ୍ଧନରେ ବାନ୍ଧି ହେଲେ ଅନିରୁଦ୍ଧ ରବିଚନ୍ଦର ଓ କାବ୍ୟା ମାରନ

ନୂଆଦିଲ୍ଲୀ,୧୨/୧୧: ବିବାହ ବନ୍ଧନରେ ବାନ୍ଧି ହେଲେ ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ । ଗ୍ରୀସ୍‌ର ଏକ ମନୋରମ ପରିବେଶରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର । ବିବାହ ପରେ ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ ଦୁହିଁଙ୍କ ପ୍ରଥମ ବିବାହ ଫଟୋ ସେୟାର କରିଥିବା ଦାବି କରାଯାଉଛି । ଫଟୋଟି ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅନିରୁଦ୍ଧ ଓ କାବ୍ୟାଙ୍କୁ ସୁନେଲି ରଙ୍ଗର ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିବା କୁହାଯାଉଛି । ଏହି ବିବାହ ଉତ୍ସବକୁ ଘରୋଇ ଓ ସ୍ୱତନ୍ତ୍ର ରଖାଯାଇଥିଲା । କେବଳ ପରିବାର ସଦସ୍ୟ, ମନୋନୀତ ବନ୍ଧୁବାନ୍ଧବ ଓ କିଛି ସେଲିବ୍ରିଟି ଏଥିରେ ଯୋଗ ଦେଇଥିବା ଖବର ରହିଛି । ସୁପରଷ୍ଟାର ରଜନୀକାନ୍ତ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସମେତ କିଛି ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଉତ୍ସବରେ ସାମିଲ ହୋଇଥିବା କୁହାଯାଉଛି।

 

Leave a Reply

Your email address will not be published. Required fields are marked *