କଟକର ଐତିହାସିକ ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ରାଷ୍ଟ୍ରପତି!

ଭୁବନେଶ୍ୱର,୧୧/୧୧: କଟକର ଐତିହାସିକ ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ବାଲିଯାତ୍ରାକୁ ଆସିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛି କଟକ ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ନିମନ୍ତ୍ରଣ ପ୍ରସ୍ତାବ ରଖାଯାଇଥିବା ଜଣାପଡ଼ିଛି । ତେବେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ, ସେନେଇ ଏଯାଏଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ମିଳିନାହିଁ । ଯଦି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାରେ ସାମିଲ ହୁଅନ୍ତି, ତେବେ ଚଳିତ ବର୍ଷର ଉତ୍ସବ ଆହୁରି ସ୍ୱତନ୍ତ୍ର ହେବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *