ଏଗ୍ରିଷ୍ଟେକ୍ ଆଇଡି ନଥିଲେ ମଧ୍ୟ ଚାଷୀଙ୍କଠାରୁ ଉଠାଯିବ ଧାନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୦୯/୧୧: ଏଗ୍ରିଷ୍ଟେକ୍ ଆଇଡି ନଥିଲେ ମଧ୍ୟ ଚାଷୀଙ୍କଠାରୁ ଉଠାଯିବ ଧାନ । ଏନେଇ ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯେଉଁ ଚାଷୀମାନେ ଏଯାଏଁ ଏଗ୍ରିଷ୍ଟେକ୍‌ରେ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କ ଧାନ ମଧ୍ୟ ସରକାର କିଣିବେ । ତେବେ ଏଗ୍ରିଷ୍ଟେକ୍ ପଞ୍ଜୀକରଣ କରିଥିଲେ ଚାଷୀଙ୍କୁ ମିଳିବ ଅନେକ ସୁବିଧା । କୃଷି ଋଣ ନେବା ସହ ବିହନ ଓ ସାର କିଣିବା ହେବ ଅଧିକ ସହଜ । ତେଣୁ ଧାନ ବିକ୍ରି ପାଇଁ ଏଗ୍ରିଷ୍ଟେକ୍ ବାଧ୍ୟତାମୂଳକ ନଥିଲେ ମଧ୍ୟ ଅନ୍ୟାନ୍ୟ କୃଷି ସୁବିଧା ପାଇବାକୁ ଚାଷୀମାନେ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *