କମିଲା ତାପମାତ୍ରା, ବଢ଼ିଲା ଥଣ୍ଡା: ଟ୍ୱିନ୍ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ !

ଭୁବନେଶ୍ୱର,୦୯/୧୧: କମିଲା ତାପମାତ୍ରା, ବଢ଼ିଲା ଥଣ୍ଡା। ଟ୍ୱିନ୍ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ । କମିଲା ତାପମାତ୍ରା, ବଢ଼ିଲା ଥଣ୍ଡା। ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ। ନଭେମ୍ବର ଆରମ୍ଭରୁ ଟ୍ୱିନ୍ ସିଟିରେ ଶୀତର ଆଗମନୀ ସଙ୍କେତ ମିଳିଛି ।ପାଣିପାଗ ତଥ୍ୟ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ ୧୮.୯ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ଉଭୟ ସହରରେ ୨୦ ଡିଗ୍ରୀ ତଳକୁ ତାପମାତ୍ରା ଖସିବା ପରେ ଥଣ୍ଡାର ଅନୁଭୂତି ବଢ଼ିଛି ।  ତେବେ ଧୀରେ ଧୀରେ ପାରଦ ଖସୁଥିବାରୁ ଆଗକୁ ଟ୍ୱିନ୍ ସିଟିରେ ଶୀତର ପ୍ରଭାବ ଆହୁରି ବଢ଼ିବ କି, ତାହା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *